ବର୍ଷା ଓ ଅନୁଭବ ପାରିବାରିକ ବିବାଦ ମାମଲା: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

ଭୁବନେଶ୍ୱର,୭/୯: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ଆବେଦନ କରିଥିଲେ ବର୍ଷା । ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ । ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଆସିଥିଲେ ବର୍ଷା । ସୂଚନାଯୋଗ୍ୟ, ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ । ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ପାରିବାରିକ ଅଦାଲତ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରି ଦେଇଥିଲେ।