ବିଜେପିରେ ଯୋଗ ଦେଲେ ଅନୁଭବ ମହାନ୍ତି

ଭୁବନେଶ୍ୱର, ୧/୦୪: କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ସିନେ ତାରକା ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଅନୁଭବ। ଦଳର ବରିଷ୍ଠ ନେତା ବିନୋଦ ତାୱଡ଼େ ଅନୁଭବ ମହାନ୍ତିଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା। କିନ୍ତୁ ଆଜି ଅନୁଭବ ବିଜେପିରେ ମିଶିଛନ୍ତି।