ଆସିଏମଆରର ପରାମର୍ଶ, ସାମାନ୍ୟ ଜ୍ୱରରେ ଖାଆନ୍ତୁନି ଆଣ୍ଟିବାୟୋଟିକ୍

ନୂଆଦିଲ୍ଲୀ,୨୮/୧୧: ଲୋକଙ୍କୁ ଆସିଏମଆର ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । ସାମାନ୍ୟ ଜ୍ୱର ହେଲେ ଆଣ୍ଟିବାୟୋଟିକ୍ ନଖାଇବାକୁ ପରାମର୍ଶ ଦିଆଯାଇଛି । ସାଧାରଣତଃ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋକିବାକୁ ବ୍ୟବହାର କରାଯାଉଥିବା ଆଣ୍ଟିବାୟୋଟିକ୍ ଔଷଧ ଖାଇବାକୁ ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ବା ଆଇସିଏମଆର ନୂଆ ଗାଇଡ଼ଲାଇନ ଆଣିଛି । ସାମାନ୍ୟ ଜ୍ୱର କିମ୍ବା ଭାଇରାଲ ଭଳି ଅସୁସ୍ଥତାବେଳେ ଆଂଟିବାୟୋଟିକ ଠାରୁ ଦୂରେଇ ରହିବାକୁ ଏଥିରେ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଚର୍ମ ଏବଂ ସପ୍ଟ ଟିସ୍ୟୁ ସଂକ୍ରମଣ ରୋକିବା ପାଇଁ ଡ଼ାକ୍ତର ୫ ଦିନ ପାଇଁ ଆଣ୍ଟିବାୟୋଟିକ୍ ଲେଖିବାକୁ ଗାଇଡ଼ଲାଇନ ରହିଛି । ସେହିପରି କମ୍ୟୁନିଟି ଆକ୍ୟୁଆର୍ଡ଼ ନିମୋନିଆ ପାଇଁ ୫ ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ରୋଗୀଙ୍କ ପାଇଁ ୮ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ପ୍ରେସ୍କ୍ରାଇବ କରାଯାଇପାରିବ । ବହୁ ସଂଖ୍ୟାରେ ଲୋକେ ମନଇଚ୍ଛା ଭାଇରାଲ ଜ୍ୱର , କାଶ ଆଦିରେ ଆଣ୍ଟିବାୟୋଟିକ୍ ଖାଉଛନ୍ତି । ଏହାର ବିଭିନ୍ନ କୁପ୍ରଭାବ ଆମ ଶରୀର ଉପରେ ପଡୁଛି । ଏଥିପାଇଁ ଶରୀରରେ ଥିବା କେତେକ ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଥାନ୍ତି ଏବଂ ରୋଗ ସୃଷ୍ଟକାରୀ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି ହୋଇଥାଏ ।