ସ୍ୱାଭିମାନ ଅଞ୍ଚଳର ଗୁରସେତୁରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ୱର, ୩୧/୧୦(ଦି ପ୍ରଗତି ନ୍ୟୁଜ୍): ସ୍ୱାଭିମାନ ଅଂଚଳରେ ଆଉ ଏକ ସଫଳତା ହାସଲ କରିଛି ବିଏସଏଫ। ସ୍ୱାଭିମାନ ଅଂଚଳର ସମ୍ବେଦନଶୀଳ ଇଲାକା ଗୁରସେତୁଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି  କରିଛନ୍ତି ବିଏସଏଫ ଯବାନ। ବିଏସ୍ଏଫ୍ ଏବଂ ଓଡିଶା ପୋଲିସର ମିଳିତ ପ୍ରୟାସ ରେ ଏହି ବିଛିନ୍ନ ଅଂଚଳରେ ହସ ଦେଇ ପାରିବ ବୋଲି ସୀମା ସୁରକ୍ଷା ବଳ ପକ୍ଷରୁ ଟୁଇଟ କରି କୁହାଯାଇଛି।