ସିିଡିଏସ୍ ଭାବେ ଶପଥ ନେଲେ ଅନୀଲ ଚୌହ୍ୱାନ

ନୂଆଦିଲ୍ଲୀ,୩୦/୯: ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ଆଜି ସିିଡିଏସ୍ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ହେବେ ଦେଶର ଦ୍ୱିତୀୟ ସିଡିଏସ୍ । ସେ ୧୯୬୧ ମସିହା ମେ ୧୮ ତାରିଖରେ ସେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ୧୯୮୧ରେ ୧୧ ଗୋର୍ଖା ରାଇଫଲରେ ଯୋଗ ଦେଇଥିଲେ । ସେନାରେ ତାଙ୍କର ୪୦ ବର୍ଷର ଲମ୍ବା କ୍ୟାରିୟର ରହିଛି ।ଗତ ୨୦୨୧ ମେ ମାସରେ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ପୂର୍ବ ଆର୍ମିର କମାଣ୍ଡର ଥିବା ବେଳେ ଅବସର ନେଇଥିଲେ । ଆଙ୍ଗୋଲାରେ ହୋଇଥିବା ଜାତିସଂଘ ମିଶନରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ ।