୨୮ରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର, ୨୩/୩:ରାଜ୍ୟରେ ଆସନ୍ତା ୨୮ରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର। କୋଭିଡ୍‌ ପରେ ପୁଣି ସ୍ବାଭାବିକ ହେବ ଅଙ୍ଗନବାଡ଼ି କେନ୍ଦ୍ର । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସରକାରଙ୍କ ପକ୍ଷରୁ SOP ଜାରି ହୋଇଛି। ସମସ୍ତ କର୍ମୀ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ ରହିଛି। ଉଦ୍ଦେଶ୍ୟମୂଳକ ଭାବେ ଟିକା ନ ନେଲେ କାର୍ଯ୍ୟାନୁଷ୍ଠାନ ହେବ। ସୂଚନାଯୋଗ୍ୟ ଯେ ୨୦୨୧ ଏପ୍ରିଲ ୧୯ରୁ ବନ୍ଦ ଥିଲା ଶିକ୍ଷାନୁଷ୍ଠାନ ।