ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଭୁବନେଶ୍ୱର,୧୦/୦୯:  ଏକ ଜନସଭାରେ ଯୋଗ ଦେବା ପରେ ଆନ୍ଧ୍ରପ୍ରଦେଶ ନାନ୍ଦିଆଲରେ ବିଶ୍ରାମ ନେଉଥିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସେଠାରେ ସିଆଇଡି ଟିମ ପହଁଚିଥିଲେ। ଏହାପରେ ସ୍କିଲ ଡେଭଲପମେଂଟ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ନାଁରେ ଲାଗିଛି ୨୫୦କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ।୨୦୧୬ ମସିହାରେ ରାଜ୍ୟର ବେକାରି ଯୁବକଙ୍କୁ ସ୍କିଲ ତାଲିମ ପାଇଁ ଆନ୍ଧ୍ର୍ରପ୍ରଦେଶ ସରକାର ସ୍କିଲ ଡେଭଲପମେଂଟ କୋପରେସନ ଗଠନ କରିଥିଲେ । ଏହି ପ୍ରୋଜେକ୍ଟକୁ ରାଜ୍ୟ କ୍ୟାବିନେଟର ଅନୁମତି ମିଳିନଥିଲା ଏବଂ ଏଥିରେ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏହାକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୂର୍ବରୁ ୮ ଜଣଙ୍କୁ ଗିରଫ କରାଯାଇଛି ।