ଭାରତୀୟ ବାୟୁସେନାର ନୂଆ ଏୟାର ଚିଫ୍ ମାର୍ଶଲ ହେଲେ ଅମର ପ୍ରୀତ ସିଂ

ଭୁବନେଶ୍ୱର,୨୧/୦୯: ଭାରତୀୟ ବାୟୁସେନାର ନୂଆ ଏୟାର ଚିଫ୍ ମାର୍ଶଲ ହୋଇଛନ୍ତି ଅମର ପ୍ରୀତ ସିଂ। ସେ ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀଙ୍କ ସ୍ଥାନ ନେବେ।ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ବାୟୁସେନାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ଅମର ପ୍ରୀତ ସିଂ ପିଭିଏସଏମ,ଏଭିଏସଏମ ୩୦ ସେପ୍ଟେମ୍ବର ଅପରାହ୍ନରେ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ। ତାଙ୍କର ୫୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଅଛି। ଏୟାର ଚିଫ୍ ମାର୍ଶଲ ଚୌଧୁରୀ ସେପ୍ଟେମ୍ବର ୩୦ରେ ଅବସର ନେବେ।

ଅମର ପ୍ରୀତ ସିଂ ଡିସେମ୍ବର ୧୯୮୪ରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଲଟ ଷ୍ଟ୍ରିମରେ ସାମିଲ ହୋଇଥିଲେ। ପ୍ରାୟ ୪୦ ବର୍ଷର ତାଙ୍କର ଦୀର୍ଘ ଏବଂ ବିଶିଷ୍ଟ ସେବା ସମୟରେ ସେ ବିଭିନ୍ନ କମାଣ୍ଡ, ଷ୍ଟାଫ୍, ନିର୍ଦ୍ଦେଶାବଳୀ ଏବଂ ବିଦେଶୀ ନିଯୁକ୍ତିରେ କାର୍ଯ୍ୟ କରିଛନ୍ତି।

 

Leave a Reply

Your email address will not be published. Required fields are marked *