ଆଉ ନାହାଁନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ୮୫ ବର୍ଷ ବୟସରେ ଆଖି ବୁଜିଲେ..

ଭୁବନେଶ୍ୱର,୯/୦୩: ଆଉ ଆମ ଗହଣରେ ନାହାଁନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ନେଇ ପୁଅ ବିଶ୍ବଜିତ୍‌ ଦାସ ସୂଚନା ଦେଇଛନ୍ତି । ଭୋଗରାଇର ପୂର୍ବତନ ବିଧାୟକ ଥିଲେ ଅନନ୍ତ ଦାସ । ବିଧାନସଭାକୁ ୪ ଥର ହୋଇଥିଲେ ନିର୍ବାଚିତ । ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ଥିଲେ ଅନନ୍ତ । ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗରେ ମନ୍ତ୍ରୀ ମଧ୍ୟ ଥିଲେ ଅନନ୍ତ ଦାସ । ଏହା ସହି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଜଣେ ଦକ୍ଷ ସଂଗଠକ ସହ ବାଲେଶ୍ବର ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଥିଲେ ଅନନ୍ତ । ଅନେକ ସମୟରେ ସେ ଦଳ ପାଇଁ ସଂଗଠନ ଦାୟିତ୍ବ ତୁଲାଇ ସଫଳ ହୋଇଛନ୍ତି । ବାଲେଶ୍ବରରେ ବିଜେଡିକୁ ଶକ୍ତିଶାଳୀ କରିବାରେ ତାଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା । ଅନନ୍ତ ଦାସ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *