ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର,୧୯/୦୨: ବାଲେଶ୍ୱର ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର ହୋଇପଡିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବୟସାଧିକ କାରଣରୁ ଗତ କିଛି ଦିନ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରୁଥିଲେ । ଗତକାଲି ସଂଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଫଳରେ ପରିବାର ଲୋକେ ତୁରନ୍ତ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଇଛନ୍ତି । ବିଧାୟକ ଅନନ୍ତ ଦାସ ଏବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଜଣ ବରିଷ୍ଠ ଡାକ୍ତର ବିଧାୟକଙ୍କ ଚିକିତ୍ସା କରୁଛନ୍ତି ।