କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଲେ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ

ନୂଆଦିଲ୍ଲୀ,୧୯/୧୧: କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି ଷ୍ଟାର ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ। ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଆଇପିଏଲ ସହ ଅନ୍ୟ ସବୁ ପ୍ରକାରର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ। ଆଜି ସେ ଟ୍ୱିଟ ଯୋଗେ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏବି ଡିଭିଲିୟର୍ସ ଦୀର୍ଘ ୧୭ ବର୍ଷ ହେଲା କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଏବିଡି ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି-୨୦ ଖେଳିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏକ ଅଭୂତପୂର୍ବ ଯାତ୍ରା ଥିଲା। କିନ୍ତୁ ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।