ୱାରିସ ପଞ୍ଜାବ ଦେ ମୁଖ୍ୟ ଅମୃତପାଲ ସିଂହ ଗିରଫ

ନୂଆଦିଲ୍ଲୀ,୧୯/୩: ବିଚ୍ଛିନତାବାଦୀ ନେତା ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହଙ୍କୁ ଆଜି ପଞ୍ଜାବ ପୁଲିସ ଜଳନ୍ଧର ଜିଲ୍ଲାର ମେହତପୁର ଅଞ୍ଚଳରୁ ଗିରଫ କରିଛି। ଅମୃତପାଲର କିଛି ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ରାଜ୍ୟର ୭ ଜିଲ୍ଲାର ପୁଲିସଙ୍କୁ ନେଇ ଗଠନ ହୋଇଥିବା ଏକ ସ୍ବତନ୍ତ୍ର ଟିମ୍‌ ବିଚ୍ଛିନତାବାଦୀ ନେତା ଅମୃତପାଲଙ୍କୁ ଧରିବାପାଇଁ ଆଜି ତାଙ୍କ କନ୍‌ଭୟକୁ ପିଛା କରିଥିଲେ। ଅମୃତପାଲ ଜଳନ୍ଧରରୁ ଶାହକୋଟ ତହସିଲକୁ ଯାଉଥିବାବେଳେ ବାଟରେ ତାଙ୍କୁ ପୁଲିସ ପିଛା କରି ଗିରଫ କରିବାରେ ସଫଳ ହୋଇଛି। ତେବେ ଅମୃତପାଲ୍‌ର ସହଯୋଗୀମାନେ ଶାହକୋଟ ନିକଟରେ ସମର୍ଥକମାନଙ୍କୁ ଏକଜୁଟ ହେବାପାଇଁ ଏକ ଭିଡିଓ ପଠାଇବାରୁ ପୁଲିସ ଇଣ୍ଟ‌ରନେଟ୍‌ ସେବା ବନ୍ଦ କରିଦେଇଛି।