ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୩ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫/୦୨: ଆଜି  ଭିସି ଯୋଗେ ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତିଭୂମି ପ୍ରକଳ୍ପର ଭଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୩ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟିରୁ ଅଧିକ ଟଙ୍କା ।ଏହି ଷ୍ଟେସନ ଗୁଡ଼ିକ ସହରର ଉଭୟ ପାଶ୍ୱର୍କୁ ମିଶାଇ ସିଟି ସେଂଟର ଭାବେ କାର୍ଯ୍ୟ କରିବ । ଏହି ଯୋଜନାରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରହିଛି ୨୧ଟି ଷ୍ଟେସନ । ସେହିପରି ଉତରପ୍ରଦେଶର ଗୋମତୀନଗର ଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୩୮୫ କୋଟି ଟଙ୍କା ବ୍ୟୟରେ ଏହାର ପୁନଃବିକାଶ କରାଯାଇଛି । ଏହାଛଡ଼ା ୧୫ଶହ ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡରପାସର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି ।