ସୋନପୁରରୁ ପ୍ରଚାର ଆରମ୍ଭ କରିବା ସହ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ଶାହା

ଭୁବନେଶ୍ୱର, ୨୫/୦୪: ନିର୍ବାଚନ ୨୦୨୪ ପାଇଁ ସବୁ ରାଜନୈତିକ ଦଳ ପ୍ରଚାର ମୈଦାନରେ। ଏହାରିମଧ୍ୟରେ ଆJଇ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରୁ ପ୍ରଚାର ଆରମ୍ଭ କରିବା ସହ ରଣହୁଙ୍କାର ଦେଇଛନ୍ତି । ଉଭୟ ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ପାଇଁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଏଥିସହ ରାଜ୍ୟ ସରକାର ସିଧାସଳଖ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ ବିଫଳତାକୁ ଯୋଗୁଁ ଓଡିଶା ପଛୁଆ ରାଜ୍ୟ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ଓଡିଆ ଭାଷା ଓ ସଂସ୍କୃତି କଥା ଉଠାଇ କଟାକ୍ଷ କରିଛନ୍ତି । କଂଗ୍ରେସକୁ ମଧ୍ୟ କଡା ଭାଷାରେ ସମାଲୋଚନା କରିଛନ୍ତି । ଉପା ସରକାର ଅମଳରେ ଓଡିଶାକୁ କେମିତି ଅଣଦେଖା କରାଯାଇଥିଲା ତାର ହିସାବ ରଖିଛନ୍ତି । ମୋଦୀ ସରକାର ଓଡିଶାକୁ ୧୦ ବର୍ଷ ଭିତରେ କେମିତି ଅଧିକ ଅନୁଦାନ ଦେଇଛି ତାହା କହିଛନ୍ତି । ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆଗାମି ଦିନରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି ।