ଓଡିଶା ଆସୁଛନ୍ତି ଅମିତ ଶାହ, ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୭/୦୫: ରାଜ୍ୟରେ ବାକି ରହିଛି ଗୋଟିଏ ପର୍ଯ୍ୟାୟ ମତଦାନ । ଜୁନ ପହିଲାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ବିଜେଡିର ରାଜ୍ୟ ନେତାମାନେ ବାକି ଥିବା ଆସନରେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଦୁଇ ଜାତୀୟ ଦଳର କେନ୍ଦ୍ରୀୟ ନେତାମାନେ ପ୍ରଚାର କରିବାକୁ ଓଡିଶା ଆସୁଛନ୍ତି । ଏହି କ୍ରମରେ କଂଗ୍ରେସର ରାହୁଲ ଗାନ୍ଧୀ ୩୦ ତାରିଖରେ ଓଡିଶା ଆସୁଥିବା ବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୯ ତାରିଖରେ ଓଡିଶା ଆସୁଛନ୍ତି । ରାହୁଲ ଗାନ୍ଧୀ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଓ ସାନମହତିପୁୁରରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମଲ୍ଲିକାର୍ଜୁନ ଖଡଗେ ବାଲେଶ୍ୱର ଓ ଭ୍ରଦକରେ ନିର୍ବାଚନ ପ୍ରଚାର କରିବେ । ସେପଟେ ପୁଣି ୨୯ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଦିନିକିଆ ଗସ୍ତରେ ଓଡିଶା ଆସି ବାରିପଦା ଛଉ ପଡିଆରେ ଦିନ ୧୨ଟା ବେଳେ ଜନସଭାକୁ ଉଦବୋଧନ ଦେବେ । ଏହାପରେ ବାଲେଶ୍ୱର ଏବଂ ଦିନ ୩.୩୦ ରେ କେନ୍ଦ୍ରାପଡାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ । ସେହିଭଳି ୨୮ ତାରିଖରେ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍ ଶାହା ମଧ୍ୟ ଓଡିଶା ଆସୁଛନ୍ତି । ସେ ଦିନ ୧୦ ଟାରେ ଚାନ୍ଦବାଲିରେ ଜନସଭାକୁ ଉଦବୋଧନ ଦେବେ । ଏହାପରେ କୋରେଇ ଓ ନିମାପଡାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ୨୭ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ, କାକଟପୁରରେ ଜନସଭା କରିବେ ।