ସୋରଡ଼ାରେ ଆୟୋଜିତ ବିଶାଳ ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି କହିଲେ ଅମିତ ଶାହା

ଭୁବନେଶ୍ୱର,୧୫/୦୫: ଆଜି ଓଡିଶା ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅମିତ ଶାହା ।  ସୋରଡ଼ାରେ ଆୟୋଜିତ ବିଶାଳ ଜନସଭାରେ ଅମିତ ଶାହା ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ବିଜେପି କ୍ଷମତାକୁ ଆସିଲେ କ’ଣ କରିବ, ତା’ର ହିସାବ ଦେଇଛନ୍ତି । କହିଛନ୍ତି ଜୁନ ୧ରେ ରାଜ୍ୟ ସରକାରଙ୍କୁ ବାଏ ବାଏ କରିବେ ଓଡ଼ିଶାବାସୀ ।ଓଡ଼ିଶାର ସବୁ ବଡ଼ ବଡ଼ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଅମିତ ଶାହା । ନବୀନଙ୍କ ନାଁ ନେଇ ରାଜ୍ୟ ସରକାର ଚାଷୀ ଓ ଗରିବଙ୍କ କଣ କରିଛନ୍ତି ବୋଲି ସେ ପଚାରିଛନ୍ତି । ଏଥିସହିତ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ସହ ଚାବି କେମିତି ହଜିଲା ବୋଲି ପ୍ରଶ୍ନ କରିଛନ୍ତି ଶାହା ।ସୋରଡ଼ା ନିର୍ବାଚନୀ ସଭାରେ ରାଜ୍ୟ ସରକାରରଙ୍କ ବିରୋଧରେ ରଣହୁଙ୍କାର ଦେଇ ପ୍ରତିଶ୍ରୁତିର ବର୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତକୁ ସମାଲୋଚନା କରିଛନ୍ତି ଭିକେ ପାଣ୍ଡିଆନ ।