ଆସନ୍ତାକାଲି ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିବେ ଅମିତ ଶାହ

ଭୁବନେଶ୍ୱର,୧୭/୭: ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିବେ । ଏହି ସାଇଟର ଶୁଭାରମ୍ଭ ଆସନ୍ତାକାଲି ଦିନ ୧୧ଟାରେ ଅଟଳ ଉର୍ଜା ଭବନରେ କରାଯିବ । ଏହି ପୋର୍ଟାଲ ଜରିଆରେ ନିବେଶକମାନେ ପଇସା ଫେରିପାଇବେ । ଯେଉଁମାନଙ୍କର ନିବେଶ ଅବଧି ଶେଷ ହୋଇଛି ସେମାନେ ଟଙ୍କା ଫେରିପାଇବେ । ଏହିି ବାବଦରେ ସେହି ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି ।

ସୂଚନାଯୋଗ୍ୟ ଯେ ସାରା ଦେଶରେ ଲକ୍ଷ ଲକ୍ଷ ନିବେଶକ କୋଟି କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିଲେ । ଲୋକମାନେ ସେମାନଙ୍କ ଜମା ଟଙ୍କାକୁ ଫେରିପାଇବା ପାଇଁ ଅନେକ ଦିନ ଧରି ଅପେକ୍ଷା କରି ରହିଥିଲେ । ତେବେ ଏହି ପୋର୍ଟାଲ ମାଧ୍ୟମରେ ସେମାନେ ଆବେଦନ କରି ଟଙ୍କା ଫେରସ୍ତ ପାଇପାରିବେ।