ବଲିଉଡ୍ ଅଭିନେତା ଅମିର ଖାନଙ୍କୁ‌ କରୋନା

ନୂଆଦିଲ୍ଲୀ,୨୪/୩: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ବଲିଉଡ୍‌ର ନାମିଦାମୀ ଅଭିନେତା ଅମିର ଖାନ୍‌ କରୋନା ପଜିଟିଭ୍‌ ଥିବା ସୂଚନା ମିଳିଛି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଗୃହରେ ପୃଥକବାସ ରେ ଥିଲେ । କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି। ଏହାସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସତର୍କ ରହିବାକୁ ଅମିର ପରାମର୍ଶ ଦେଇଛନ୍ତି।