ଆସନ୍ତାକାଲିଠୁ ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଆମେରିକା ଗସ୍ତ

ନୂଆଦିଲ୍ଲୀ, ୨୧/୯: ଆସନ୍ତାକାଲିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ବିଡେନ ଡକାଇଥିବା କୋଭିଡ-୧୯ ସମ୍ମିଳନୀରେ ମୋଦି ଯୋଗଦେବେ। ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ  ସେ ବିଡେନଙ୍କୁ ଭେଟିବେ । ସୂଚନାଯୋଗ୍ୟ ଯେ ଆମେରିକୀୟ କମ୍ପାନିର CEO ମାନଙ୍କ ସହ ବୈଠକ କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୪ରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେଉଥିବା ବୈଠକରେ ସେ ଯୋଗଦେବେ।