ନୂଆଦିଲ୍ଲୀ, ୦୪/୦୨: ଶପଥ ନେବା ପରେ ଆକ୍ସନ ମୋଡ଼ରେ ଆମେରିକାର ନୂଆ ରାଷ୍ଟ୍ରପତି । ପ୍ରଥମ ପର୍ୟ୍ୟାୟରେ ୨୦୫ ଭାରତୀୟଙ୍କୁ ଦେଶରୁ ବାହାର କରିଥିବାବେଳେ ତାଲିକାରେ ପାଖପାଖି ୧୮ହଜାର ରହିଛନ୍ତି । ବୈଧ କାଗଜପତ୍ର ବିନା ଆମେରିକାରେ ପ୍ରବେଶ କରୁଥିବା ଭାରତୀୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେରିକାର ଏକ ସାମରିକ ବିମାନ ମାଧ୍ୟମରେ ୨୦୫ ଜଣ ଅବୈଧ ପ୍ରବାସୀଙ୍କୁ ଭାରତ ପଠାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀମାନଙ୍କୁ ଦେଶରୁ ବାହାର କରିବା ପାଇଁ ସେନାର ସାହାଯ୍ୟ ନେଇଛନ୍ତି। ଆମେରିକାରେ ୧୮୦୦୦ରୁ ଅଧିକ ଭାରତୀୟ ବେଆଇନ ଭାବରେ ରହୁଛନ୍ତି। ମୋଟ ଏକ କୋଟି ୪ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି।
ଶପଥ ନେବା ପରେ ଟ୍ରମ୍ପ କହିଥିଲେ ଇତିହାସରେ ପ୍ରଥମ ଥର ପାଇଁ, ସରକାର ଅବୈଧ ବିଦେଶୀଙ୍କୁ ଠାବ କରୁଛି ଏବଂ ସେମାନଙ୍କୁ ସାମରିକ ବିମାନରେ ସେମାନଙ୍କ ଦେଶକୁ ଫେରାଇବ ଆମେରିକା।