ଖୁବଶୀଘ୍ର ଏୟାର ସର୍ଭିଲାନ୍ସ ରାଡାର ୟୁକ୍ରେନ ଯୋଗାଇଦେବୁ ବୋଲି କହିଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦/୨: ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିବାକୁ ଯାଉଛି । ସେଠାରେ ଏବେ ବି ସ୍ଥିତି ଗମ୍ଭୀର ରହିଛି । ତେବେ ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିଭରେ ପହଞ୍ଚିଛନ୍ତି । ଅଚାନକ ୟୁକ୍ରେନ ଗସ୍ତରେ ପହଞ୍ଚିବା ପରେ ଆମେରିକା ରାଷ୍ଚ୍ରପତି ଜୋ ବାଇଡେନ ଏକ ବୟାନ ଜାରି କରି କହିଛନ୍ତି ଯେ ଆମେରିକା ଆରମ୍ଭରୁ ୟୁକ୍ରେନ ସହ ରହିଛି । ଆମେ ଏହି ଯୁଦ୍ଧ ସମୟରେ ସମଗ୍ର ବିଶ୍ୱରୁ ୟୁକ୍ରେନ ପାଇଁ ସମର୍ଥନ ସଂଗ୍ରହ କରିଛୁ । ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରିବା ସହିତ ଆମେ ସେମାନଙ୍କୁ ଖୁବଶୀଘ୍ର ଏୟାର ସର୍ଭିଲାନ୍ସ ରାଡାର ମଧ୍ୟ ଦେବାକୁ ଯାଉଛୁ ବୋଲି ସେ କହିଛନ୍ତି ।