କରୋନାର ବୁଷ୍ଟର ଡୋଜ ନେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ, ୨୮/୯: କରୋନାର ବୁଷ୍ଟର ଡୋଜ ନେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ ଫାଇଜର ଟିକାର ବୁଷ୍ଟର ଡୋଜ ନେଇଥିବା କହିଛନ୍ତି। କରୋନାର ପ୍ରମୁଖ୍ୟ କେନ୍ଦ୍ର ପାଲଟିଥିବା ଆମେରିକା ଏବେ ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛି । ଆମେରିକାରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫାଇଜର ଟିକାର ବୁଷ୍ଟର ଡୋଜ ଦିଆଯାଇପାରିବ । ଫେଡରାଲ ରେଗୁଲେଟର ଏହାର ପ୍ରସ୍ତାବ ରଖିଥିଲେ । ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫାଇଜରର ତୃତୀୟ ଡୋଜ ନେଇଛନ୍ତି। ଏହି ଟିକା ସବୁଠାରୁ ଅଧିକ ଜରୁରୀ । ଅଧିକରୁ ଅଧିକ ଲୋକ ଟିକା ନେବା ପାଇଁ ଜୋ ବାଇଡେନ୍ ପରାମର୍ଶ ଦେଇଛନ୍ତି।