ରୁଷିଆର ନେତୃତ୍ବକୁ ସମର୍ଥନ କରିବା ଅର୍ଥ ଆକ୍ରମଣକୁ ସମର୍ଥନ

ନୂଆଦିଲ୍ଲୀ, ୧୬/୩: ରୁଷିଆରୁ ଭାରତ ଅଶୋଧିତ ତୈଳ ରିହାତିରେ କିଣିବା ଚର୍ଚ୍ଚା ପ୍ରସଙ୍ଗକୁ ନେଇ ଭାରତକୁ ଇଙ୍ଗିତ କରି ବକ୍ତବ୍ୟ ରଖିଛନ୍ତି ହ୍ବାଇଟ ହାଉସ୍‌ର ପ୍ରେସ୍‌ ସେକ୍ରେଟାରୀ । ସେ କହିଛନ୍ତି ଯେ  ରୁଷିଆର ନେତୃତ୍ବକୁ ସମର୍ଥନ କରିବା ଅର୍ଥ ଆକ୍ରମଣକୁ ସମର୍ଥନ କରିବା ସହ ସମାନ।  କଟକଣା ଉଲ୍ଲଙ୍ଘନ କରୁ ନଥିଲେ ବି ଭୁଲ ପକ୍ଷରେ ରହୁଛି। ଅନ୍ୟପଟେ ଆମେରିକାର କଟକଣା ପରେ ରୁଷ ପକ୍ଷରୁ ଭାରତକୁ ଅନେକ ପ୍ରସ୍ତାବ ଦିଆଯାଇଥିବା ସୂଚନା ରହିଛି। ଅଶୋଧିତ ତୈଳ ଦର ସହ ବିଭିନ୍ନ ସମଗ୍ରୀ ରିହାତିରେ ଦେବାକୁ ପ୍ରସ୍ତାବ ଦିଆଯାଇଛି।