ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ, ୨୭/୧୦: ଭାରତ-ଆମେରିକା ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଥିବା ସୂଚନା ମିିଳିଛି । ଏହି ଆଲୋଚନାରେ ପ୍ରତିରକ୍ଷା ଓ ଜ୍ଞାନକୌଶଳ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିବା ଜଣାପଡିଛି । ଅନ୍ୟପଟେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛି ଆମେରିକା । ପ୍ରକାଶଯୋଗ୍ୟ ଯେ ପରମାଣୁ ସହଯୋଗ ବଢାଇବା ପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଛି ।