ଫାଲକନ ମାରାଇନ ଏକ୍ସପୋର୍ଟ ଲିମିଟେଡ ପକ୍ଷରୁ ବିଏମସିକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ

ଭୁବନେଶ୍ୱର, ୧/୫ :କରୋନାର ଦ୍ୱିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅତି ଭୟଙ୍କର ଭାବେ ମାଡି ଚାଲିଛି। ତେଣୁ ଏହି ମାରାତ୍ମକ ଭାଇରସ ଲଢ଼େଇ ପାଇଁ ରାଜ୍ୟର ଅଗ୍ରଣୀ ରପ୍ତାନୀ ସଂସ୍ଥା ଫାଲକନ ମାରାଇନ ଏକ୍ସପୋର୍ଟ ଲିମିଟେଡ ପକ୍ଷରୁ ବିଏମସିକୁ ଏକ ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଏହା ସହିତ ଫାଲକନ ଗ୍ରୁପ ବିଏମସିକୁ ପାଖାପାଖି ୧.୨ କୋଟି ମୂଲ୍ୟର ଏକ ଇଲେକ୍ଟ୍ରିକ କ୍ରେମାଟୋରିୟମ ମେସିନ ମଧ୍ୟ ଯୋଗାଇ ଦିଆଯାଇଛି।

ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାରର ଜରୁରୀକାଳିନ ଉପକରଣଜନିତ ସୁବିଧା ଯଥା ଷ୍ଟାଣ୍ଡାର୍ଡ ଅଟୋ ଲୋଡ଼ିଙ୍ଗ ଷ୍ଟ୍ରେଚର, ଆନାଲଗ ଟାଇପ ଅକ୍ସିଜେନ ଡେଲିଭରୀ ସିଷ୍ଟମ ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା ରହିଛି ।

ଏହି ଅବସରରେ ବିଏମସି କାର୍ଯ୍ୟାଳୟଠାରେ ଏକ ଉଦ୍‌ଘାଟନୀ ସମାରୋହ ମଧ୍ୟ ଆୟୋଜନ କରାଯାଇଛି । ଏହି ସମାରୋହରେ ଫାଲକନ ମାରାଇନ ଏକ୍ସପୋର୍ଟ ଲିମିଟେଡର ନିର୍ଦ୍ଦେଶକ ପାର୍ଥଜିତ ପଟ୍ଟନାୟକ ଏବଂ ବିଏମସି କମିଶନର  ପ୍ରେମଚନ୍ଦ୍ର ଚୌଧୁରୀ ଭୁବନେଶ୍ୱରର ଗୁରୁତର କରୋନା ରୋଗୀଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ଏହି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସର ଉଦ୍‌ଘାଟନୀ କରିଛନ୍ତି ।

ଏହାପରେ ଫାଲକନ ମାରାଇନ ଏକ୍ସପୋର୍ଟ ଲିମିଟେଡ ନିର୍ଦ୍ଦେଶକ  ପାର୍ଥଜିତ ପଟ୍ଟନାୟକ କହିଛନ୍ତି ଯେ ଏଭଳି କଠିନ ସମୟରେ କରୋନା ରୋଗୀଙ୍କ ସ୍ଥାନାନ୍ତର ପକ୍ରିୟାର ଉପଯୁକ୍ତ ପରିଚାଳନା ପାଇଁ ବିଏମସିକୁ ଏକ ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଯୋଗାଇଦେଇ ଆମେ ବେଶ ଆନନ୍ଦିତ । ଏହା ସହରରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରିବ । ଏଥିସହ ସର୍ବସାଧାରଣଙ୍କୁ କରୋନା ସମ୍ପର୍କିତ ସମସ୍ତ ନିୟମ ମାନି ଚଳିବାକୁ  ସେ ଅନୁରୋଧ କରିଛନ୍ତି। ଏହି ଅବସରରେ କମ୍ପାନୀର ରିଟେଲ ବିଭାଗର ମୁଖ୍ୟ ସ୍ଵଦେଶ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।