କ୍ରିକେଟରୁ ଅବସର ପରେ ରାଜନୀତିରେ ଯୋଗ ଦେଲେ ଅମ୍ବାତି ରାଇଡୁ

ନୂଆଦିଲ୍ଲୀ,୨୮/୧୨: କ୍ରିକେଟରୁ ଅବସର ନେବା ପରେ ଆଜି ରାଜନୀତିରେ ଯୋଗ ଦେଇଛନ୍ତି ଅମ୍ବାତି ରାଇଡୁ । ୩୭ ବର୍ଷିୟ ଏହି ପୂର୍ବତନ ଖେଳାଳୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।  ଆଗାମୀ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ସୂଚନାଯୋଗ୍ୟ ଯେ ରାଇଡୁ ଶେଷଥର ପାଇଁ ଚଳିତ ବର୍ଷ ଆଇପିଏଲରେ ମେ ୨୯ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳିଥିଲେ । ରାଇଡୁ ଭାରତୀୟ ଟିମ୍ ପାଇଁ ୫୫ଟି ଏକଦିବସୀୟ ମ୍ୟାଚ ଖେଳି ୧୬୯୪ ରନ କରିଛନ୍ତି ।