୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ୍

ନୂଆଦିଲ୍ଲୀ,୫/୧: ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି  ‘ଆମାଜନ୍‌’ ଘୋଷଣା କରିଛି। ସୂଚନାଯୋଗ୍ୟ, ମହାମାରୀ ସମୟରେ ‘ଆମାଜନ୍‌’ ବହୁସଂଖ୍ୟକ କର୍ମଚାରୀଙ୍କୁ ଦ୍ରୁତ ନିଯୁକ୍ତି ଦେଇଥିଲା।କର୍ମଚାରୀମାନଙ୍କ ପ୍ରତି ଜାରି କରିଥିବା ବିବୃତିରେ ‘ସିଇଓ’ ଆଣ୍ଡି ଜେସି କହିଛନ୍ତି, ଆଜି ଓ ନଭେମ୍ବର ମାସ ମଧ୍ୟରେ ଆମେ କରିଥିବା କର୍ମଚାରୀ ହ୍ରାସ ଯୋଜନା ବିଷୟରେ ଆପଣମାନଙ୍କୁ ଅବଗତ କରାଇବାକୁ ଯାଇ କହୁଛୁ ଯେ, ଆମେ ୧୮,୦୦୦ରୁ ଅଧିକ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛୁ। ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ନଭେମ୍ବର ମାସରେ କମ୍ପାନି ଘୋଷଣା କରିଥିଲା।ସେଥିପାଇଁ, ପ୍ରଭାବିତ ହେଉଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ‘ସେପାରେସନ୍‌ ପେମେଣ୍ଟ୍‌’, ‘ଟ୍ରାଞ୍ଜିସ୍‌ନାଲ୍‌ ହେଲ୍‌ଥ୍‌ ଇନ୍‌ସ୍ୟୁରାନ୍‌ସ୍‌’ ଏବଂ ‘ଏକ୍ସଟର୍‌ନାଲ୍‌ ଜବ୍‌ ପ୍ଲେସ୍‌ମେଣ୍ଟ୍‌ ସପୋର୍ଟ’ ଆଦି ପ୍ୟାକେଜ୍‌ ଯୋଗାଇ ଦେବୁ।