ଟ୍ବିଟର ଓ ମେଟା ରାସ୍ତାରେ ଆମାଜନ, କର୍ମଚାରୀଙ୍କ ଛଟେଇ ଆରମ୍ଭ

ନୂଆଦିଲ୍ଲୀ,୧୯/୧୧: ଆମାଜନରେ କର୍ମଚାରୀ ଛଟେଇ ଆରମ୍ଭ ହୋଇଛି।ଏହା କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଇ-ମେଲ ମାଧ୍ୟମରେ ନୋଟିସ୍ ଦିଆଯାଇଛି । ପ୍ରାୟ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି ଇ-କମର୍ସ କମ୍ପାନୀ । ହେଲେ ଆମାଜନର ଏଭଳି ଛଟେଇ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି ଅନେକ କମ୍ପାନୀ । ଆମାଜନର କଷ୍ଟ କଟିଂ ପଦ୍ଧତିକୁ ନିନ୍ଦା କରିଛି ନାସେଣ୍ଟ ଇନଫର୍ମେସନ ଟେକ୍ନୋଲୋଜି ଏପ୍ଲୋଏଜି ସିନେଟ୍ । ଇ-ମେଲରେ ନୋଟିସ୍ ଦେଇ କର୍ମଚାରୀଙ୍କୁ ବାହାର କରିବା ଗ୍ରହଣୀୟ ନୁହେଁ ବୋଲି କମ୍ପାନୀ କହିଛି ।ଟ୍ବିଟର ଓ ମେଟା ପରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି ଆମାଜନ ।