ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ,୨୭/୩: ଭକ୍ତଙ୍କ ପାଇଁ ଖୁସି ଖବର।ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ୨୦୨୦ରେ କରୋନା ସଂକ୍ରମଣ ଠାରୁ ଅମରନାଥ ଦର୍ଶନ ବନ୍ଦ ଥିବା ସୂଚନା ମିିିଳିଛି।ଜୁନ୍ ୩୦ରୁ ଏହି ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ମାନି ଶ୍ରଦ୍ଧାଳୁଙ୍କୁ ଯାତ୍ରା କରିବାକୁ ପଡ଼ିବ। ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଦ୍ବାରା ସୂଚନା ମିିଳିଛି।