ସାମୟିକ ସ୍ଥଗିତ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୯/୭: ସାମୟିକ ଭାବେ ସ୍ଥଗିତ ହୋଇଛି ଅମରନାଥ ଯାତ୍ରା । ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଯାତ୍ରା ସ୍ଥଗିତ ହେବା ଦ୍ୱାରା ପ୍ରାୟ ୬ହଜାର ଅମରନାଥ ଶ୍ରଦ୍ଧାଳୁ ରାମବନରେ ଫଶି ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ତୀର୍ଥଯାତ୍ରୀ ଆଗକୁ ଯାତ୍ରା କରିପାରିନାହାନ୍ତି । ଯାତ୍ରୀଙ୍କୁ ଯେପରି କୌଣସି ସମସ୍ୟା ନହେବ, ସେଥିପ୍ରତି ଜିଲ୍ଲା ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ଉଠାଉଛି । ସୂଚନାଯୋଗ୍ୟ ଯେ ଜୁଲାଇ ୧ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା ବେଳେ ଅଗଷ୍ଟ ୩୧ରେ ଶେଷ ହେବ ।