ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯/୦୬: ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଏଥର ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥରର ଏହି ଯାତ୍ରା ସବୁଠୁ ସ୍ୱତନ୍ତ୍ର ଓ ଦୀର୍ଘ ସମୟ ଧରି ଚାଲିବ । ଶ୍ରଦ୍ଧାଳୁଙ୍କୁ କିପରି ବାଦଲଫଟା ବର୍ଷା ଓ ଭୂସ୍ଖଳନରୁ ରକ୍ଷା କରାଯିବ ସେଥିପାଇଁ ପ୍ରଶାସନ ତଥା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥର ଅମରନାଥଙ୍କ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରାଇଥିବାବେଳେ ସେମାନଙ୍କ ପାଇଁ ନୁନବନ୍ ପହଲଗାମ ଠାରେ ହଲ୍ଟିଙ୍ଗ କ୍ୟାମ୍ପ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ହେଲମେଟ୍ ନିଃଶୁଳ୍କ ଭାବେ ଦିଆଯିବ ।