ଭର୍ତ୍ତୃହରି ମହତାବଙ୍କ ପରିବାର ନାମରେ ବୋହୁ ଆଣିଲେ ଅଭିଯୋଗ

ଭୁବନେଶ୍ୱର, ୧୯/୮: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ନାମରେ ଥାନାରେ ଅଭିଯୋଗ ହୋଇଛି । ପୂରା ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ ମହାତାବ । ଭୋପାଳର ମହିଳା ଥାନାରେ ଭର୍ତ୍ତୃହରିଙ୍କ ପରିବାର ନାଁରେ ସେ ଅଭିଯୋଗ କରିଛନ୍ତି । ଭର୍ତ୍ତୃହରିଙ୍କ ନାମରେ ତାଙ୍କ ବୋହୂ ଅଭିଯୋଗ ଆଣିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଶ୍ୱଶୁର ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବୋହୂ । ଏହାସହ ସ୍ୱାମୀ ଲୋକରଞ୍ଜନ ମହତାବଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି ସାକ୍ଷୀ । ଗତ ୧୭ ତାରିଖ ଅପରାହ୍ନରେ ଭୋପାଳର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ଆଇପିସିର ବିଭିନ୍ନ ଦଫାରେ ପୂରା ପରିବାର ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।