ଶ୍ରବଣ ଶକ୍ତି ହରାଇ ବସିଲେ ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ

ଭୁବନେଶ୍ୱର,୧୯/୦୬: ନ୍ୟୁରୋ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଶ୍ରବଣ ଶକ୍ତି ହରାଇ ବସିଛନ୍ତି ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।ଅଲକା ୟାଗନିକ ଯାହାଙ୍କ ସ୍ବର ସମସ୍ତଙ୍କୁ ମତୁଆଲା କରେ। ଯାହାର ଗୀତ ଶୁଣି ସଭିଏଁ ବିଭୋର ହୋଇଯାଆନ୍ତି। ସମସ୍ତଙ୍କୁ ନିଜ ଗୀତରେ ମତୁଆଲା କରୁଥିବା ଅଲକାଙ୍କୁ କିଛି ଶୁଭୁନାହିଁ। ରେୟାର ସେନସୋରିନ୍ୟୁରାଲ ନର୍ଭ ହିୟରିଂ ଲସ୍ରେ ପୀଡ଼ିତ ହୋଇଛନ୍ତି ଅଲକା । ଅଲକା ଲେଖିଛନ୍ତି, କିଛି ସପ୍ତାହ ତଳେ ଯେତେବେଳେ ମୁଁ ବିମାନ ଯାତ୍ରା କରି ବାହାରକୁ ବାହାରିଲି ହଠାତ ଅନୁଭବ କଲି ଯେ ମୁଁ କିଛି ଶୁଣିପାରୁନାହିଁ।