ଟିକା ନେଇଥିବା କର୍ମଚାରୀ ଆସିପାରିବେ ଅଫିସ

ଭୁବନେଶ୍ୱର, ୩/୮: ଅଗଷ୍ଟ ମାସରେ ସରକାରୀ ଅଫିସ ଚାଲିବା ନେଇ GA ବିଭାଗର ଏସଓପି ଜାରି ହୋଇଛି। ଟିକା ନେଇଥିବା ସମସ୍ତ ସରକାରୀ କର୍ମଚାରୀ ଅଫିସ ଆସିବେ । ଟିକା ନେଇ ନ ଥିଲେ କାରଣ ଦର୍ଶାଇବାକୁ ନିର୍ଦେଶ ଦିଆଯାଇଛି।ସମ୍ପୃକ୍ତ ବିଭାଗର ମୁଖ୍ୟଙ୍କୁ ଟୀକା ନନେଇ ଥିବା କର୍ମଚାରୀ ଟିକା ନନେବାର କାରଣ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବ ।