ଆସନ୍ତାକାଲିଠୁ ଖୋଲିବ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର, ୫/୮: ରାଜ୍ୟରେ କୋଭିଡ ସ୍ଥିତି ଦେଖି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିଥିଲେ ସରକାର। ନୂଆ ଗାଇଡ଼ଲାଇନ ଅନୁସାରେ ଧର୍ମୁନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। ଏହାରିମଧ୍ୟରେ ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଜିଲ୍ଲାପାଳ-ମନ୍ଦିର କର୍ମକର୍ତ୍ତାଙ୍କ ଆଲୋଚନା ପରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଶାରଳା ପୀଠ, ଗୋରଖନାଥ ପୀଠ ସହ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ମିଳିଛି।କିନ୍ତୁ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ, ଭୋଗ ଓ ପ୍ରସାଦ ସେବନ ଆଦି ବାରଣ କରାଯାଇଛି।