ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରୁ ଖୋଲିବ ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୮/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ତେଣୁ ସବୁ ଆସ୍ତେ ଆସ୍ତେ ସ୍ୱାଭାବିକ ହେବାରେ ଲାଗିଛି । ଏହାରିମଧ୍ୟରେ ଅପେକ୍ଷାର ଘଟିଛି ଅନ୍ତ । ଖୁବ ଶୀଘ୍ର ରାଜଧାନୀରେ ଖୋଲିବ ଧର୍ମାନୁଷ୍ଠାନ । ଆସନ୍ତା ୧୨ ତାରିଖରୁ ଖୋଲିବ ସବୁ ଧର୍ମାନୁଷ୍ଠାନ । କୋଭିଡ୍ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ ଦେଖାଇବାକୁ ପଡ଼ିବ । ସେହିପରି ଲିଙ୍ଗରାଜ ମନ୍ଦିରରେ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି । ୧୫ ବର୍ଷରୁ କମ୍ ପିଲା ଆଇଠି ପ୍ରୁଫ୍ ଦେଖାଇ ଅଭିଭାବକଙ୍କ ସହ ଧର୍ମାନୁଷ୍ଠାନ ଭିତରକୁ ଯାଇପାରିବେ । ମସଜିଦ୍/ ଚର୍ଚ୍ଚ/ଗୁରୁଦ୍ୱାରା ଗୁଡ଼ିକ ମଧ୍ୟ ଆସନ୍ତା ୧୨ରୁ ଖୋଲିବ ବୋଲି ଜଣାପଡ଼ିଛି ।