ରାଜ୍ୟର ଏହି ଜିଲ୍ଲାରେ ଆସନ୍ତାକାଲିଠୁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୧୩/୪: ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲିଠୁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ପାର୍କ, ଖେଳପଡିଆ, ହ୍ରଦ ଓ ବେଳାଭୂମିରେ ଏନେଇ କଟକଣା ଲାଗୁ କରାଯାଇଛି। ଏହି କଟକଣା ୭ଦିନ ପାଇଁ ଲାଗୁ କରିଛନ୍ତି ଜିଲ୍ଲାପାଳ । କେବଳ ପୂଜକମାନେ ହିଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ। ଏହାସହ ସର୍ବସାଧାରଣରେ ମେରୁ ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଲାଗୁ ହୋଇଥିବା ସୂଚନା ରହିଛି। କୋଭିଡ ସଂକ୍ରମଣ କୁ ଦୃଷ୍ଟି ରେ ରଖି ଏହିସବୁ ପଦକ୍ଷେପ ନିଆଯାଇଛି।