ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କୋଭିଡ ଟିକା

ନୂଆଦିଲ୍ଲୀ, ୨୫/୮: ଆଗକୁ ଆସୁଛି ଗୁରୁ ଦିବସ। ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ କୋଭିଡ ଟିକା ଦିଆଯିବା ନେଇ ସୂଚନା ରହିଛି। ଏନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅଗଷ୍ଟରେ ଏଥିପାଇଁ ୨ କୋଟି ଅଧିକ ଟିକା ଉପଲବ୍ଧ କରାଯାଉଛି । ଶିକ୍ଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତିି। ପିଲା ଓ ଶିିକ୍ଷକ ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ଦୃଷ୍ଟି ରେ ରଖି ଏପରି ପଦକ୍ଷେପ ନିଆଯାଇଛି।