ଆସନ୍ତା ୩ରୁ ସାରା ରାଜ୍ୟରେ ଦୋକାନ ଦିନ ୨ଟାରୁ ବନ୍ଦ

ଭୁବନେଶ୍ୱର, ୩୦/୪: ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ଭାବେ ବିଗିଡିବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ଆସନ୍ତା ସୋମବାରଠାରୁ ସାରା ରାଜ୍ୟରେ ଦୋକାନ ଦିନ ୨ଟାରୁ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଏନେଇ ଆସନ୍ତାକାଲି ବିଧିବଦ୍ଧ ଘୋଷଣା କରିପାରେ ରାଜ୍ୟ ବ୍ୟବସାୟୀ ମହାସଂଘ। ଏହାସହ ୧୫ ତାରିଖ ଯାଏଁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯିବ ।