ମାଡିଚାଲିଛି କରୋନା, ପଶ୍ଚିମବଙ୍ଗରେ ସବୁ ସ୍କୁଲ, କଲେଜ ଆସନ୍ତାକାଲିଠୁ ବନ୍ଦ

ନୂଆଦିଲ୍ଲୀ, ୨/୧: ଦେଶରେ ଏବେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାସହ କରୋନାର ନୂଆ ପ୍ରଜାତି ଓମିକ୍ରନ ନିଦ ହଜାଇ ଦେଇଛି। ଏବେ ପଶ୍ଚିମବଙ୍ଗରେ ଦିନକରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୩ ନୂଆ ଆକ୍ରାନ୍ତ। ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ କଡା କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି। ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ। ସିନେମା ହଲ୍, ବାର୍, ରେଷ୍ଟୁରାଣ୍ଟ ଆଦି ୫୦ ପ୍ରତିଶତରେ ଚାଲିପାରିବ। ରାତି ୧୦ରୁ ସକାଳ ୫ ଟା ଯାଏଁ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳ, ସୁଇମିଂ ପୁଲ୍, ପାର୍ଲର, ସ୍ପା ଓ ଜିମ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।