ଆସନ୍ତାକାଲି ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୪/୦୨: ଆସନ୍ତାକାଲି ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ । ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ପ୍ରମିଳା ମଲ୍କିକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବିଧାନସଭା କିଭଳି ସୁରୁଖୁରରେ ଚାଲିବ ସେ ନେଇ ଆଲୋଚନା ହେବ । ଫେବୃଆରୀ ୧୩ ଯାଏ ଚାଲିବ ଏହି ଅଧିବେଶନ । ଏହି ସମୟରେ କାମଚଳା ବଜେଟ୍ ଆସିବ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ । ତେଣୁ ବିଧାନସଭା ସରଗରମ ରହିବ । ଉଭୟ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ମଧ୍ୟ ବିଧାୟକ ଦଳର ବୈଠକ କରି ଅଧିବେଶନ ପାଇଁ ପ୍ରସ୍ତୁତ ହେବେ ବୋଲି ଜଣାପଡିଛି ।