କରୋନା ପ୍ରଭାବ: ଆସନ୍ତାକାଲିଠୁ ପଶ୍ଚିମବଙ୍ଗର ସବୁ ଅଫିସ୍‌ ବନ୍ଦ

ନୂଆଦିଲ୍ଲୀ, ୧୫/୫: ଦେଶରେ ଦିନକୁ ଦିନ କଁ ରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସବୁ ସ୍ଥିତିକୁ ଦୃଷ୍ଟି ରେ ରଖି କଁ ରୋନା ଚେନ ଭାଙ୍ଗିବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରହିଛି। ଏହାରି ମଧ୍ୟରେ
ଆସନ୍ତାକାଲିଠୁ ୧୫ ଦିନ ପାଇଁ ବନ୍ଦ ରହିବ ପଶ୍ଚିମବଙ୍ଗର ସବୁ ଅଫିସ୍‌ । ଜରୁରୀ ସେବାକୁ ଛାଡ଼ି ଅନ୍ୟ ସବୁ ଅଫିସ ମେ ୩୦ ଯାଏ ବନ୍ଦ ରଖିବା ନେଇ ଘୋଷଣା ହୋଇଛି। ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ବି ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ଦେଇଛନ୍ତି।