ଆସନ୍ତା ୧୦ରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର, ୭/୧: ରାଜ୍ୟରେ ଏବେ ଦ୍ରୁତ ଗତିରେ ମାଡିଚାଲିଛି କରୋନା। ଏହାସହ ଭୟଭୀତ କରାଉଛି ଓମିକ୍ରନ। ତେଣୁ
ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଛନ୍ତି ସରକାର ।
ଆସନ୍ତା ୧୦ ତାରିଖରୁ ସବୁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ରହିବ। କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।