ଆସନ୍ତା ୭ ଯାଏଁ ବ୍ରିଟେନକୁ ବିମାନଯାତ୍ରା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ, ୩୦ା୧୨: ଭାରତରେ କରୋନାର ନୂଆ ଷ୍ଟ୍ରେନ ମିଳିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରିଟେନକୁ ବିମାନଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ୟୁକେରୁ ଯାତାୟତ କରୁଥିବା ବିମାନ ଚଳାଚଳ ଉପରେ ରୋକ ଲଗାଯାଇଛି । ଜାନୁଆରୀ ୭ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଭାରତରେ ଆଜି ୬ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିଲା । ସେହି ୬ଜଣଙ୍କଠାରେ କରୋନାର ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ବେଙ୍ଗଲୁରୁ ରୁ ୩ଜଣ, ହାଇଦ୍ରାବାଦରୁ ୨ଜଣ ଓ ପୁଣେ ଲ୍ୟାବରେ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିଲେ ।