ଫୋନରେ ବାଜିଲା ବିପର୍ଯ୍ୟୟ ସତର୍କ ଘଣ୍ଟି, ଜାଣନ୍ତୁ ଏମିତି କିଏ ଦେଉଛି ସୂଚନା ?

ଭୁବନେଶ୍ୱର,୨୫/୧୦: ବିପର୍ଯ୍ୟୟ ବେଳେ ସାରାଦେଶର ନାଗରିକ ମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଫୋନରେ ବାଜୁଛି ଆଲର୍ମ । ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଅଲ୍ ଇଣ୍ଡିଆ ଏମର୍ଜେନ୍ସି ଆଲର୍ଟ ସିଷ୍ଟମ ଦ୍ୱାରା ବିପର୍ଯ୍ୟୟ ବେଳେ କିପରି ସଠିକ ସୂଚନା ଦିଆଯାଇ ପାରିବ ଏଥିପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି । ଭାରତ ସରକାରଙ୍କ ଟେଲିକମ୍ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ନମୂନା ପରୀକ୍ଷା ପଠାଯାଉଛି ।
ସୂଚନାଯୋଗ୍ୟ ଯେ ଆଜି ସକାଳୁ ସକାଳୁ ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି । ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା । ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।