ଆଜିଠାରୁ ଉଡାଣ ଭରିଲା Akasa Air

ନୂଆଦିଲ୍ଲୀ,୭/୮: ଡିଜିସିଏ ଏୟାର ଅପରେଟର ପ୍ରମାଣ ମିଳିବା ପରେ ଆଜିଠାରୁ ଉଡାଣ ଆରମ୍ଭ କଲା Akasa Air । ଏଥିପାଇଁ ଜୁଲାଇ ୨୨ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକାଶା ଏୟାରକୁ କମର୍ସିଆଲ ଫ୍ଲାଇଟ ପାଇଁ ସବୁଜ ସଙ୍କେତ ଦେବା ପରେ ଆଜିଠାରୁ ଏହି ବିମାନ ଉଡାଣ ଆରମ୍ଭ କରୁଛି । ଦେଶର ସବୁଠୁ ବଡ ନିବେଶକ ତଥା ବିଗ୍ ବୁଲ ଭାବେ ଜଣାଶୁଣା ରାକେଣ ଝୁନଝୁନୱାଲା ଆକାଶା ଏୟାରର ମାଲିକ । ଆଜି ୧୦ଟା .୫ ମିନିଟରେ ଆକାଶା ଏୟାରର ପ୍ରଥମ ଫ୍ଲାଇଟ୍ ପ୍ରଥମେ ମୁମ୍ବାଇରୁ ଅହମଦାବାଦକୁ ଉଡାଣ କରିଛି । ଅଗଷ୍ଟ ୧୩ ତାରିଖରୁ ଏହି ବିମାନ ଅନ୍ୟ ରୁଟ ମାନଙ୍କରେ ଉଡାଣ ଆରମ୍ଭ କରିବ ବୋଲି ସୂଚନା ରହିଛି । ବିଭିନ୍ନ ରୁଟରେ କମ୍ପାନୀର ମୋଟ ୧୮ଟି ବିମାନ ଚାଲିବ । ଏହି ବିମାନ ପାଇଁ www.akasaair.com ରେ ବୁକିଙ୍ଗ କରିପାରିବେ ।