ଭୁବନେଶ୍ୱର,୩୦/୦୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏଥି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଅନୁକୂଳ ହେବ ରଥ କାଠ, ଶୀତଳ ଉପଚାରରେ ଚାପ ଖେଳିବେ ମଦନମୋହନ । ଆରମ୍ଭ ହୋଇଛି ଚାପ ନିର୍ମାଣ । ସେପଟେ ରଥ ନିର୍ମାଣ ଅନୁକୂଳ ପାଇଁ ଚାଳି ପ୍ରସ୍ତୁତ କରିଛନ୍ତି ଭୋଇ ସେବାୟତ । ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚିସାରିଛି । ଖରାକୁ ନଜରରେ ରଖି ରଥ ଚାଳି ରେ ପାଣି ବ୍ୟବସ୍ଥା କରାଯିବା ସହ ସେବକଙ୍କ ପାଇଁ ପ୍ରତିବର୍ଷ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେପଟେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଦାୟିତ୍ବରେ ରହିବ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତ ବର୍ଷ ହୋଇଥିବା ବାଣ ବିସ୍ଫୋରଣ ଭଳି ଅଘଟଣ ଏଡାଇବା ପାଇଁ ବାଣ ଫୁଟାଇବା ପୂରା ବାରଣ କରାଯାଇଛି । ଅନ୍ୟପଟେ ଚାଷୀ ଭାଇମାନେ ଅଖିମୁଠି ଅନୁକୂଳ କରାଜାଇଛି ।