ଅକ୍ଷୟ ତୃତୀୟା, ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବାକୁ ଆସିବେ ଶ୍ରୀଜିଉ

ଭୁବନେଶ୍ୱର,୨୩/୪: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବାକୁ ଆସିବେ ଶ୍ରୀଜିଉ । ମଣିବିମାନରେ ଆସିବେ  ଶ୍ରୀକ୍ଷେତ୍ରର ପଞ୍ଚମହାଦେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଧରି ଚାଲିଥାଏ । ଏହାକୁ ଗନ୍ଧଯାତ୍ରା ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନଲାଗି ବୋଲି କୁହାଯାଏ । ଆଜିଠୁ ରଥକାଠ ଅନୁକୂଳ ହେବ।