ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା

ନୂଆଦିଲ୍ଲୀ, ୪/୪: ଦେଶରେ ଦିନକୁ ଦିନ ପୁଣି କରୋନା ସଂକ୍ରମଣ ବଢୁଛି। ଏହି କରୋନା କବଳକୁ ନେତା ରାଜନେତାଠୁ ଆରମ୍ଭ କରି ଫିଲ୍ମ ଷ୍ଟାର ମାନେ ମଧ୍ୟ ଆସୁଛନ୍ତି। ଏହାରି ମଧ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏବେ ସେ ନିଜ ଘରେ ସଂଗରୋଧ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବା ସହ କୋଭିଡ ନିୟମ ପାଳନ ପାଇଁ ଟ୍ବିଟ୍‌ କରି ସେ ଅନୁରୋଧ କରିଛନ୍ତି।