ପଞ୍ଚଭୂତରେ ଲୀନ ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲୟମ ସିଂହ ଯାଦବ

ନୂଆଦିଲ୍ଲୀ,୧୧/୧୦: ପଞ୍ଚଭୂତରେ ଲୀନ ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲୟମ ସିଂହ ଯାଦବ। ପୁଅ ଅଖିଳେଶ ଯାଦବ ଲୁହ ଭରା ଆଖି ବାପାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତକାଲି ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଥିଲା। ୮୨ବର୍ଷ ବୟସରେ ସେ ଗୁରୁଗ୍ରାମର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦେହାନ୍ତ ପରେ ମୁଲାୟମ ସିଂ ଯାଦବଙ୍କ ପାର୍ଥିବ ଶରୀରକୁ ଗୁରୁଗ୍ରାମରୁ ତାଙ୍କ ପୈତୃକ ଗାଁ ସଫୈଇକୁ ଅଣାଯାଇଥିଲା। ତେବେ ଦେହାନ୍ତ ହେବା ପରେ ଆଜି ଅପରାହ୍ନରେ ରାଜକୀୟ ସମ୍ମାନ ସହ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର କରାଯାଇଛି।